banner
Breaking

ବିଜେପିରୁ ଇସ୍ତଫା ଦେଲେ ଦାମ। ଅସଲ ଉଦ୍ଦେଶ୍ୟ କଣ ଜାଣନ୍ତୁ।

0

ଭୁବନେଶ୍ୱର,୧୬।୧୦(ଓଡ଼ିଆ ନ୍ୟୁଜ):୩୫ ବର୍ଷ ସକ୍ରିୟ ରାଜନୀତିରେ ରହିଥିବା ପିତାମହ ଦାମୋଦର ରାଉତ ୩୬୫ ଦିନ ରହିପାରିଲେ ନାହିଁ ବିଜେପିରେ। ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ କ୍ଷୋଭ ପ୍ରକାଶ କରି ଦାମ କହିଛନ୍ତି, ନିଜକୁ ଦଳରେ ଅଲୋଡା ଅନୁଭବ କରୁଛି। ସାଧାରଣ ନିର୍ବାଚନରେ ଜନମତ ସୃଷ୍ଟି ପାଇଁ ମୋତେ ଭାଜପାର ବରିଷ୍ଠ ନେତା ଦଳରେ ସାମିଲ କରିଥିଲେ। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ ଥର ମନ୍ତ୍ରୀ ରହିବା ପରେ ବି ନିଜକୁ ଆଲୋଡା ଭାବୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ତେଣୁ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଛି ବୋଲି ଦାମ କହିଛନ୍ତି। ଆଗକୁ ବିଜୁଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଦାମ ରାଉତ ରାଜନୀତିରୁ ଅବସର ନେବା କଥା ଘୋଷଣା କରିଥିଲେ। ବିଜେଡିର ତୁଣ୍ଡ କୁହାଯାଉଥିବା ଏହି ନେତାଙ୍କର ମନ ଘର ଧରିଯାଇଛି। ସିଧାସଳଖ ନକହି ବଙ୍କେଇ ଇସରା ଦେଇଛନ୍ତି ବିଜେପି ଠାରୁ ବିଜେଡି ଭଲ। ତଥାପି ଦଖିବାକୁ ବାକିରହିଛି ଦାମଙ୍କ ଅସଲ ଉଦ୍ଦେଶ୍ୟ। ସେ ପୁଣି ବିଜେଡ଼ିକୁ ଫେରିବେ ନା ରାଜନୀତିରୁ ସନ୍ୟାସ ନେବେ ନା ପିଲାମାନଙ୍କ ପାଇଁ ବାଟ ଖୋଲି ନିଜେ ପ୍ରଚ୍ଛଦ ପଟରେ ରହିବେ।

Khansweb Solution Bhubaneswar

Leave A Reply

Your email address will not be published.