banner
Breaking

ବ୍ୟଙ୍ଗ କବିତା- ଦାଦନ, ଫାଡିଦେଲେ ଲୁଗାପଟା, କବି- ଚିତ୍ତରଞ୍ଜନ

0

**** ଦାଦନ ****

ମୋଦି ଓ ପୁତିନି ହଗିବାକୁ ଗଲେ
ଏକାଠି ଗୁଡାଖୁ ଘଷି…
ବିଦେଶୀ ନେତାଏ ମୋଦି ପରି ଦେଶୀ
ହେବାକୁ ବହୁତୁ ଖୁସି….
ଏଠି ସବୁ ଇଙ୍ଗିଲିସି…
ନୁଗା ଫୋପାଡିକି ନଙ୍ଗଳା ଡେଇଁଲେ
ବିଦେଶୀ ନାଗିବେ ବେଶି…

ଶାଶୁ ହାତ ଧରି ଚୁଚୁମି ଦେଲା
ଫରେନୁ ଆସିକି ଜୋଇଁ…
ଦେଶୀ ଶାଶୁ ଦେହ ଚୁଚୁମା ଖାଇକି
ଶିରି ଶିରି ଗଲା ହେଇ…
ଜୋଇଁ ହାତ ଛାଡୁନେଇଁ …
ଗେରସ୍ତ ପରିକା ଜୋଇଁ ହେଉ ଅଛି
କୋଉ ଚଳଣି ଲୋ ଏଇ …?

ବାହାରୁ ଶିଖିକି ଆଇଶିନ୍ତି ସିଏ
ସବୁ ଶିଖେଇବେ ଏଠି…
ନୁଗା ପିନ୍ଧି କେହି ଅସଭ୍ୟ ହୁଅନି
ଦେଖା ସବୁ ପେଟ ପିଠି….
କୋଳା କୋଳି ଚୁମା ଚାଟି…
ଶିଖିକି ସିକିତ ହେଇ ଆଇଶିନ୍ତି
ଯାଇକି ବିଦେଶ ମାଟି…

ପୁଅ ଟା ସିନା ବିଦେଶୀ ହେଲାଣି
ବୋପା ପାରୁନେଇଁ ହୋଇ…
ପୁଅର ବି ଆଉ ଆଗ୍ରହ ନାଈଁ
ଦେଶୀ ବୋପା ମାଆ ଠେଇ…
ବୋପା ନୋଡା ହାଇ ଫାଇ…
ଟ୍ରମ୍ପ ପରିକା ବୋପା ହେଇଥାନ୍ତା
ରଖିକି ଗଣ୍ଡାଏ ମାଈ….

ପ୍ରେମୀ କହୁଥେଲେ ହାଏ ଡାର୍ଲିଂଗ
ବୋପା କହିଲେଣି ହାଏ…
କୋଉ ଡାର୍ଲିଂଗ ଟା କେଉଁ ପରକାର
କେମେତେ ଜାଣିବ କିଏ…
ଡାକି ଦେଲେ ଟିକେ ପ୍ରିୟେ…
ଅଶ୍ଳୀଳ ଇଙ୍ଗିତ ପଶିଯିବ ତାଙ୍କ
କୋଉ ଠଉ କୋଉ ଯାଏଁ…

ବିଦେଶରୁ ଶିଖି ଫିଲିମି ବାଲାଏ
ପଢେଇବେ ସବୁ ପାଠ…
କେମେତେ ଧରିବ କେମେତେ ଗଡିବ
କେମେତେ କରିବ ନାଟ…
ଏକୋଇ କହନ୍ତି ସ୍ମାର୍ଟ…
ବୁଦ୍ଧି ଜ୍ଞାନ ସବୁ ଉଦ୍ରେକ କରିବା
ଦେଖିକି ନଙ୍ଗୁଳି ଫଟ…

ମାଇପେ କୁହନ୍ତି ସି ହେବେନି ସେ
ହୋଇବେ ମଡ଼ର୍ଣ୍ଣ ହି…
ଜିନି ପେଣ୍ଟ ପିନ୍ଧି ଟୋକାଙ୍କୁ ଦେଖେଇ
କହିବେ ଆମକୁ ସି…
ପଘା ନାଈଁ ସବୁ ଫ୍ରି…
ପାଞ୍ଚ ଫଳି ଗାଈ ଷେଣ୍ଢ କୁ ଡାକିବ
ହାଏ ଲୁକ ଆଟ ମିଁ…

( ସତ କହିଦେଲି କି ? )

Khansweb Solution Bhubaneswar

Leave A Reply

Your email address will not be published.