banner
Breaking

କଟକ ପୋଲିସ ଓ ସମାଜସେବୀଙ୍କର ମାନବିକତା ଉଦ୍ଧାର ହେଲେ ପାଗଳି

0

କଟକ,(ଓଡ଼ିଆ ନ୍ୟୁଜ) ଆଜି କଟକ ବଜ୍ରକବାଟି ଛକ ଠାରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଢୁ ଢୁ ବର୍ଷାରେ ବୁଲୁଥିବାର ଦେଖିକି ସମାଜସେବୀ ଅଭିଜିତ ଦାସ , ପ୍ରହଲ୍ଲାଦ ମହାରଣା ଓ ଲିପିକା ରାୟ ଉଦ୍ଧାର ମରିଥିଲଲେ।ଉଦ୍ଧାର ପରର ତାଙ୍କୁ ବସ୍ତ୍ର ପିନ୍ଧାଇବା ସହ କିପରି ମେଡିକାଲ ନିଆଯିବ ସେଥିପାଇଁ ପଦକ୍ଷେପ ନେଇଥିଲେ। ବର୍ଷା ଜୋର ହେଉଥିବା ରୁ କିଛି ସମୟ ଉଦ୍ଧାର କାର୍ଯ୍ୟ ବ୍ୟାଘାତ ହୋଇଥିଲା। ଜଗନ୍ନାଥ ମହାନ୍ତି ଙ୍କୁ ଅଭିଜିତ ଫୋନ କରି ସମସ୍ତ ଘଟଣା କହିଥିଲେ। ଶ୍ରୀ ମହାନ୍ତି ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ଙ୍କୁ ଏହି ବିଷୟରେ ଜଣାଇଥିଲେ ଓ ସେ ଡେରି ନକରି ପୋଲିସ ଗାଡି ଓ କର୍ମଚାରୀ ତୁରନ୍ତ ସେହି ସ୍ଥାନକୁ ପଠାଇଥିଲେ। ଶେଷରେ ସମାଜସେବୀ ଓ ପୋଲିସ ର ମିଳିତ ସହଯୋଗରେ ଉକ୍ତ ଅସହାୟା ମାନସିକ ରୋଗୀଙ୍କୁ ମେଡିକାଲ ପଠାଗଲା।

Khansweb Solution Bhubaneswar

Leave A Reply

Your email address will not be published.