banner
Breaking

ଭୋର ୫ ଟାରେ କଟକ ମେଡିକାଲ ବୁଲିଲେ ପାଣ୍ଡିଆନ।

0

କଟକ ,୬।୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବଡ ମେଡିକାଲ ଏସସିବି ଉପରେ ସାରା ଓଡ଼ିଶାର ଲୋକ ନିର୍ଭର କରନ୍ତି। ଏଠାରେ ଅଭିଜ୍ଞ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଉନ୍ନତ ମାନର ଚିକିତ୍ସା ହୋଇଥାଏ ବୋଲି ଲୋକଙ୍କ ଭରସା ଅଛି। କିନ୍ତୁ କିଛି କର୍ମଚାରୀ, ଡାକ୍ତର ଓ ଅନ୍ୟାନ୍ୟ ତଳିଆ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବର ନଜରକୁ ଆସିଛି। ଯାହାକୁ ଭିତ୍ତିକରି ଆଜି କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଏନଏଚଏମ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ, କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ପ୍ରମୁଖ ମେଡିକାଲ କଲେଜର କାଜୁଆଲିଟି ପରିଦର୍ଶନ ପରେ ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।
ସୂଚନା ଅନୁସାରେ ଆଜି ଲୋକସଭା ଭବନରେ ସନ୍ଧ୍ୟା ୬ଟା ୩୦ରେ ଏସିବିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସିବିର ସବୁ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା ହେବ । ଏଥିରେ ଛାତ୍ର ଓ ପ୍ରଶାସନ କର୍ତ୍ତୃପକ୍ଷଙ୍କ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

Khansweb Solution Bhubaneswar

Leave A Reply

Your email address will not be published.