banner
Breaking

ଓଡ଼ିଶାର ଛାତି ଉପରେ ଶିଶୁ ମୃତ୍ୟୁ। ମୋ ସରକାର ଓ ୫ଟି ଭିତିହୀନ।

0

କଟକ ,୧୪ା୧୦(ଓଡ଼ିଆ ନ୍ୟୁଜ)- ମୋ ସରକାର ଓ ୫ଟି ଭିତିହୀନ? ଓଡ଼ିଶାର ଛାତି ଉପରେ ଥିବା ବଡ ହସ୍ପିଟାଲରେ ଶିଶୁ ମୃତ୍ୟୁ ଏବଂ ଲୋକସେବା ଭବନ ଠାରୁ ଅଳ୍ପ ଦୂରରେ ଥିବା ରାଜଧାନୀ ହସ୍ପିଟାଲର ବାରଣ୍ଡାରେ ପିଲାଜନ୍ମ। ଦୁଇ ସ୍ଥାନର ମୁଖ୍ୟ ଦୋଷ ଛଡାଇ ଚୁପ୍ । ଏଠାରେ ଯଦି ଏଭଳି ଘଟୁଛି ଅନ୍ୟ କଥା ନ କହିବା ଭଲ। ଏଥିପାଇଁ ୫ଟି ସଚିବ ତୁରନ୍ତ ହସ୍ତକ୍ଷେପ କରିବାକୁ ଲୋକଙ୍କ ସ୍ବର ଉଠିଛି।କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ସହିତ ଡାକ୍ତରଖାନା ପରିସରରେ ହୋହଲ୍ଲା କରିଥିଲେ। ଏହାକୁ ନେଇ ସେଠାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଲାଲବାଗ ଥାନା ପୋଲିସ ପହଞ୍ଚି ମୃତ ଶିଶୁପୁତ୍ରଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଗରଡି ଗ୍ରାମର ରବୀନ୍ଦ୍ର ପଣ୍ଡାଙ୍କ ୪ମାସର ଶିଶୁପୁତ୍ର ୩ ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଲାଗି ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ଘଟିବାରୁ ରବିବାର ପୂର୍ବାହ୍ନରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଭବନରେ ପହଞ୍ଚିବା ପରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଓ ଆଇସିୟୁରେ ରଖାଯିବ ବୋଲି ଡାକ୍ତରମାନେ କହିଥିଲେ। ହେଲେ ଆଇସିୟୁରେ ବେଡ ଫାଙ୍କା ନ ଥିବାରୁ ଶିଶୁପୁତ୍ରକୁ କାଜୁଆଲ୍‌ଟିରେ ରଖାଯାଇଥିଲା। ସୋମବାର ଅପରାହ୍ନ ପ୍ରାୟ ୩.୩୦ରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ଅବହେଳା କରି ପୁଅକୁ ମାରି ଦେଇଛନ୍ତି ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି। ଏ ନେଇ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ(ଇନ୍‌ଚାର୍ଜ) ପ୍ରଫେସର ଅନିଲ କୁମାର ମହାନ୍ତି କୁହନ୍ତି, ମୋ ନିକଟରେ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନି। ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.