banner
Breaking

ଗଣମାଧ୍ୟମରେ ସ୍ବାଧୀନତା ଜରୁରୀ-ଉପରାଷ୍ଟ୍ରପତି

0

କଟକ, ୬/୧୦(ଓଡ଼ିଆ ନ୍ୟୁଜ): ଓଡିଶାର ପୂରାତନ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ସେଠାରେ ସେ ତାଙ୍କ ଅଭିଭାଷଣ ଦେବା ସହ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ସମାଜର ଶତବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହା ସହ ସମାଜ ପରିବାରର ସମସ୍ତ କର୍ମ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆହୁରି କହିଛନ୍ତି ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଗଣମାଧ୍ୟମରେ ସ୍ୱାଧୀନତା ଜରୁରୀ ବୋଲି କହିଛନ୍ତି । ଲୋକଙ୍କ ପାଇଁ ଏବଂ ସମାଜର ହିତ ପାଇଁ କାମ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ବ ବୋଲି ସେ ଶେଷକୁ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.