banner
Breaking

କଟକରୁ ପୁଣି ଜବତ ହେଲା ନକଲି ମେଡିସିନ

0

କଟକ : କଟକରୁ ସୋମବାର ପୁଣି ନକଲି ଔଷଧ ଜବତ ହୋଇଛି। ନକଲି ଟେଲ୍ମା-୪୦ ଔଷଧ ଜବତ ହୋଇଛି । ପୁରୀ ଘାଟ ଥାନା ପୋଲିସ ପକ୍ଷରୁ ଦୋଳମୁଣ୍ଡାଇ ମହତାବ ରୋଡସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଚଢ଼ାଉ କରାଯାଇ ଏହି ଔଷଧ ଜବତ ହୋଇଛି । ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍‌ ନକଲି ଔଷଧ ଜବତ ହୋଇଛି ।
ଏହାପୂର୍ବରୁ ନକଲି ଔଷଧ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରୁଛି । ଏଥିସହ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରି ପୋଲିସ ଖୋଳତାଡ଼ କରୁଛି । ତେବେ ଗତ ୧୦ ତାରିଖରେ ମଧ୍ୟ ନକଲି ଔଷଧ ଜବତ କରାଯାଇଥିଲା । ନକଲି ଔଷଧ ନେଇ ଥାନାରେ ଏତଲା ମଧ୍ୟ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.