banner
Breaking

କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ଆସନ୍ତାକାଲି ଦାୟିତ୍ଵ ନେବେ

0

କଟକ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରୁ ଛୁଟି ନେଇସାରିଛନ୍ତି । ରବିବାର ସେ କଟକରେ ପହଞ୍ଚିବେ । ପର ଦିନ ୯ ତାରିଖରେ ସେ ଦାୟିତ୍ୱଭାର ଗ୍ରହଣ କରିବେ ।
ନୂତନ ଡିସିପିଙ୍କୁ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଦାୟିତ୍ୱ ଗ୍ରହଣ ପରେ ସେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ । ପରେ ରାଜ୍ୟ ମୁଖ୍ୟାଳୟ ଓ କଟକରେ ଥିବା ଅନ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ପରେ ଏକ ବୈଠକ ହେବ ବୋଲି ସ୍ଥିର କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.