banner
Breaking

ରାଜଧାନୀ ଏକ୍ସପ୍ରେସରୁ ଜବତ ହେଲା ପୁଳାପୁଳା ଟଙ୍କା

0

କଟକ ୮।୧୨: କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ଆରପିଏଫ୍‌ ୨୦ ଲକ୍ଷ ଟଙ୍କା ଜବତ କରିଛି। ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସ ଅଟକି ଥିବା ବେଳେ ଟ୍ରେନ ଭିତରୁ ଦୁଇଟି ଟଙ୍କା ଭର୍ତ୍ତି ବ୍ୟାଗ ମିଳିଛି । ଆରପିିଏଫ୍‌ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା? କିଏ କାହା ପାଖକୁ ଏତେ ଟଙ୍କା ପଠାଇଥିଲା ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏଯାବତ୍‌ ଏ ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.