banner
Breaking

ଅପରାଧୀକୁ ଏନକାଉଣ୍ଟର ।

0

କଟକ,୧୬/୧୦(ବ୍ୟୁରୋ) : ଆଜି ସକାଳେ କଟକ କନ୍ଦରପୁର ଥାନା ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିବା ନେଇ ଖବର ମିଳିଛି। ଉକ୍ତ ଅପରାଧୀ ଜଣକ ହେଉଛି ରାକା। ଏନକାଉଣ୍ଟର ସମୟରେ ପୁଲିସ ତା’ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ ଜବତ କରିଛି। ରାକା ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଅନେକ ଦିନ ହେବ ପୁଲିସ ତା’କୁ ଖୋଜୁଥିଲା। ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିବା ନେଇ ପୁଲିସ ଖବର ପାଇବା ପରେ ତା’ର ପିଛା କରିବା ସମୟରେ ରାକା ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ଫଳରେ ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ରାକା ଗୋଡରେ ଗୁଳି ବାଜିଥିବା ବେଳେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.