banner
Breaking

କଟକରେ ତୁଟିଲା ମୁର୍ତ୍ତି ବିବାଦ।

0

କଟଖ,୧୬/୯(ଓଡ଼ିଆ ନ୍ୟୁଜ): କଟକ ସହର ରେ ମା ଦୂର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟ ଦାୟର ମାମଲା ର ଶୁଣାଣି ଆଜି ହାଇକୋର୍ଟ ରେ ହୋଇଛି।ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଡଃ ବି.ଆର ଷଡଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ମାମଲା ର ଶୁଣାଣି କରି ସହର ର ସମସ୍ତ ପୂଜା କମିଟିଗୁଡିକୁ ନିଜ ନିଜ ମଣ୍ଡପ ର ଉଚ୍ଚତା ବାବଦରେ ଲିଖିତଭାବେ କଟକ ଡିସିପିଙ୍କ କାର୍ଯ୍ୟାଳୟ ରେ ଜଣାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।କେଉଁ ମଣ୍ଡପ କେତେ ଉଚ୍ଚତା ର ମୂର୍ତ୍ତି ତିଆରି କରୁଛି ଆଜି ସନ୍ଧ୍ୟା ୭ ଟା ସୁଦ୍ଧା ଏ ବାବଦରେ ସ୍ପଷ୍ଟ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।ସମସ୍ତ ପୂଜା ମଣ୍ଡପଗୁଡିକ ପକ୍ଷରୁ ହୋଇଥିବା ଆବେଦନକୁ ଡିସିପି ନିଜ ଅଧିକାରୀଙ୍କ ମାଧ୍ୟମରେ ତଦାରଖ କରିବେ।ଯେଉଁ ମଣ୍ଡପଗୁଡିକ ପୂର୍ବରୁ ସର୍ବାଧିକ ୭ ଫୁଟ ଉଚ୍ଚତା ର ମୂର୍ତ୍ତି କରିସାରିଛନ୍ତି ସେମାନେ ୭ ଫୁଟ ର ମୂର୍ତ୍ତି ତିଆରି କରିବେ ଏବଂ ଅନ୍ୟମାନେ ଯେଉଁମାନେ ୫ ଫୁଟ ର କିମ୍ବା ୪ ଫୁଟ ର ମୂର୍ତ୍ତି ତିଆରି କରୁଥିଲେ ସେମାନେ ସେହି ଉଚ୍ଚତା ର ମୂର୍ତ୍ତି ତିଆରି କରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିବା ସହ ମାମଲା କୁ ରଫାଦଫା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.