banner
Breaking

ସିବିଆଇ ଦ୍ୱାରା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

0

ଭୁବନେଶ୍ୱର,୧୯/୯(ବ୍ୟୁରୋ) : ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ । ଚିଟଫଣ୍ଡ୍ ସଂସ୍ଥା ଅର୍ଥତତ୍ତ୍ୱ ସହିତ ଲିଙ୍କ୍ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିବାର ସୂଚନା ମିଳିଛି । ଆଶୀର୍ବାଦଙ୍କୁ ତାଙ୍କ କଟକ ବାସଭବନରୁ ଆଜି ଗିରଫ କରିଛି ସିବିଆଇ ।

ସୂଚନା ଅନୁସାରେ ଆଜି ଭୋରରୁ ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ବାସଭବନରେ ରେଡ଼୍ କରିଥିଲା । ପଚରାଉଚରା ପରେ ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଥିଲେ ସିବିଆଇ । ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଏକ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗରେ ଏକାଧିକ ବାର ଜେରାର ସମ୍ମୁଖୀନ ହୋଇଥିଲେ ଆଶିର୍ବାଦ । ସୂଚନାଯୋଗ୍ୟ ସିବିଆଇ ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା ।

ଏହା ରାଜନୈତିକ ଅଭିସନ୍ଧି ବୋଲି କହିଛନ୍ତି ସଞ୍ଜୟ ବେହେରା। ଆଗକୁ ନିର୍ବାଚନ ଥିବାରୁ ଏପରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.