କଟକ,୧୨/୯(ବ୍ୟୁରୋ): କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଫେରୁଥିବା ବେଳେ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ଆଠଗଡ଼ର ସୁଜାସନ ଜଙ୍ଗଲରୁ ଚନ୍ଦକା ଜଙ୍ଗଲକୁ ଫେରୁଥିଲେ। ମହାନଦୀର ଦାସପୁର ଘାଟରୁ ଭଗିପୁର ଆଡ଼କୁ ଯିବାବେଳେ ହାତୀପଲ ଫସି ରହିଛନ୍ତି ବୋଲି ସୂଚନା ମିଳିଛି।




