banner
Breaking

କଟକ ସିଡିଏ କଣ୍ଟେନମେଣ୍ଟ ଜୋନ ଘୋଷଣା।

0

କଟକ,୨୮ା୬(ଓଡ଼ିଆ ନ୍ୟୁଜ):କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସିଏମ୍‌ସି ସୂଚନା ଦେଇଛି। ଦକ୍ଷିଣରେ ମୁଖ୍ୟରାସ୍ତା ସମ୍ମୁଖ ପ୍ଲଟ୍‌ ନଂ ଡି-୪୭ରୁ ଡି-୪୯, ପଶ୍ଚିମରେ ପ୍ଲଟ୍‌ ନମ୍ବର ଡି-୧ରୁ ଡି-୪୯, ଉତ୍ତରରେ ଆମ୍ବତୋଟା ରାସ୍ତାର ଡି-୧ରୁ ବି-୩୪ ଏବଂ ପୂର୍ବରେ ପ୍ଲଟ୍‌ ନମ୍ବର ବି-୩୫ର ପଛପାଖରୁ ଏ-୪୬ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।
ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ, ସିଡିଏ ସେକ୍ଟର-୯ ଅଞ୍ଚଳରୁ ଜଣେ ପୋଲିସ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳ ଜନଗହଳିପୂର୍ଣ୍ଣ ହୋଇଥିବା ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଣୁ ଆକ୍ଟିଭ୍‌ ଟ୍ରେସିଂର ଆବଶ୍ୟକତା ହେଉଛି। ବାହାର ଅଞ୍ଚଳରୁ ଲୋକଙ୍କ ପ୍ରବେଶ ଓ ଏହି ଅଞ୍ଚଳରୁ ବାହାରକୁ ଯିବା ଉପରେ କଟକଣା ଜାରି କରିବା ପାଇଁ ଏହାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସମସ୍ତ ପ୍ରକାର ଗତିବିଧି ବାରଣ ରହିଛି। ଗାଡ଼ି ଚଳାଚଳ ଓ ସାଧାରଣ ଲୋକଙ୍କ ଚଳପ୍ରଚଳ ମନା ହୋଇଛି। ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.