କଟକ,୨୮/୬(ଓଡ଼ିଆ ନ୍ୟୁଜ): ମହାନଦୀରରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକର ମୁ୍ଣ୍ଡଳୀ ଠାରେ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏହା ବିପଦ ସଙ୍କେତର ବହୁ ତଳେ ରହିଛି। ଏଠାରେ ବିପଦ ସଙ୍କେତ ୯୭ ଫୁଟ ରହିଛି।




