banner
Breaking

କରୋନା ପରୀକ୍ଷାରେ ଓଡ଼ିଆ ଡାକ୍ତରଙ୍କ ସଫଳତା।

0

କଟକ ,୮ା୬: ଆଇଆଇଟି (ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ହାଇଦ୍ରାବାଦ ପକ୍ଷରୁ ଏକ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାର ମୂଲ୍ୟ ୬୦୦ ଟଙ୍କା ରହୁଥିବା ବେଳେ ୨୦ ମିନିଟ ମଧ୍ୟରେ ଏହା ଫଳାଫଳ ଦେଇପାରିବ ବୋଲି ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦର୍ଶାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍‌ କରାଯାଇଛି। ତେବେ ଏହି ସଫଳତା ପଛରେ ରହିଛନ୍ତି ଜଣେ ଓଡ଼ିଆ ଯୁବକ ଡ. ସୂର୍ଯ୍ୟସ୍ନାତ ତ୍ରିପାଠୀ। ପ୍ରଫେସର ଶିବ୍‌ ଗୋବିନ୍ଦ ସିଂଙ୍କ ତତ୍ତ୍ବାବଧାନରେ ଡ. ସୂର୍ଯ୍ୟସ୍ନାତ ତ୍ରିପାଠୀ ଓ ପତ୍ତା ସୁପ୍ରଜା ଉକ୍ତ କିଟ୍‌ ପ୍ରସ୍ତୁତ କରିଛନ୍ତି। ଏତେ କମ୍‌ ମୂଲ୍ୟରେ କରୋନା ଟେଷ୍ଟିଂ କିଟ୍‌ ପ୍ରସ୍ତୁତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଛି। ସୂର୍ଯ୍ୟସ୍ନାତଙ୍କ ଘର କଟକ ବୟାଳିଶମୌଜା ଅର୍ନ୍ତଗତ ଶିଶୁଆ ଗ୍ରାମରେ। ପିତା ସନ୍ତୋଷ କୁମାର ତ୍ରିପାଠୀ ଓ ମା ଜ୍ୟୋତିର୍ମୟୀ ଦେବୀଙ୍କ ପୁଅ ସୂର୍ଯ୍ୟସ୍ନାତ ଆଇଆଇଟି ହାଇଦ୍ରାବାଦରୁ ପିଏଚ୍‌ଡି ହାସଲ କରିବା ସହ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରୁଛନ୍ତି। ସାହିତ୍ୟରେ ରୁଚି ରଖୁଥିବା ସୂର୍ଯ୍ୟସ୍ନାତ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ସାହିତ୍ୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.