banner
Breaking

ବନ୍ଦେ ଉତ୍କଳ ଜନନୀ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସରସ୍ବତୀ କଳା ପରିଷଦ ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପରିବାର !

0

କଟକ,୩୦/୫(ଓଡ଼ିଆ ନ୍ୟୁଜ):ସରସ୍ବତୀ କଳା ପରିଷଦ, କଳାବିହାର,କନ୍ଦରପୁର ଓ ଭାରତୀୟ ଜନତା ପାର୍ଟି ସମବାୟ ସେଲ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓ ତାଙ୍କ ବାର୍ତାରେ ଅନୁପ୍ରାଣିତ ହୋଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ,ସେମାନଙ୍କୁ ଉତ୍ସାହ ଯୋଗାଇବା ପୂର୍ବକ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ପରିଷଦର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ଉପଦେଷ୍ଟା ମଣ୍ଡଳୀ ଵର୍ଗ ପରିଷଦ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟରଖି ଗାନ କରିଥିଲେ ! ଏହି ସାମୁହିକ ସେବା ତଥା ଦେଶଭକ୍ତି ଭାବଧାରା ଜନିତ ମହତ କାର୍ଯ୍ୟରେ ସରସ୍ୱତୀ କଳା ପରିଷଦର ସମ୍ପାଦକ ଅଶୋକ ପଟ୍ଟନାୟକ, ସଭାପତି ନରିନେତ୍ରୀ ସୁବକ୍ତା ପ୍ରତିଭା ଶତପଥୀ, ସଂଯୋଜକ ଚକ୍ରବର୍ତ୍ତୀ ଓତା,ସ୍ୱେଚ୍ଛାସେବୀ ହେମନ୍ତ ପ୍ରଧାନ, ବିପିନି ବିହାରି ସାହୁ,ଅଜୟ ଦାସ,ରଶ୍ମିକାନ୍ତ ଶତପଥୀ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ସାହିତ୍ୟିକ ବିକ୍ରମ ନନ୍ଦ,କୃଷକ ବନ୍ଧୁ ଦୁର୍ଗା ଚରଣ ପରିଡା, କୃଷକନେତା ଦେବୀ ପ୍ରସାଦ ପତି, କଣ୍ଠଶିଳ୍ପୀ ଇଂ.ଅମୀୟ ରଂଜନ ପଟ୍ଟନାୟକ,ଶଶିକାନ୍ତ ଓତା, ଯୁବ ସମାଜସେବୀ ପପିନା ବେହେରା,ଅଜିତ ରାଉତ, ଅର୍ପିତା ରାଉତ,ନୃତ୍ୟଶିଳ୍ପୀ ସୁଇଟ ଭୋଇ,ପ୍ରିୟାଂଶି ସାହୁ,


ଭାରତୀୟ ଜନତା ପାର୍ଟି ସମବାୟ ସେଲ ଅଭିଭକ୍ତ କଟକ ଜିଲ୍ଲା ସଂଯୋଜକ ବରିଷ୍ଠ ସମାଜସେବୀ ବିଜୟ କୁମାର ରାଉତରାୟ, କଟକ ଜିଲ୍ଲା ସଂଯୋଜକ ବିପିନି ବିହାରି ପଣ୍ଡା, ନିଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ବଂଧୁ ଚରଣ ସାହୁ, କଟକ ସଦର ବ୍ଲକ ସଂଯୋଜକ ପୀୟୂଷ ରଂଜନ ପରିଡ଼ା, ସମବାୟ କର୍ମକର୍ତ୍ତା ବାବାଜୀ ଚରଣ ସମାଲ, ଦୋଳଗୋବିନ୍ଦ ରାଉଳ, ସୁଧୀର କୁମାର ଛୋଟରାୟ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ! ଏକତାବଦ୍ଧ ଭାବେ ସଚେତନ ରହି କରୋନା ମହାମାରୀକୁ ପ୍ରତିରୋଧ କରିହେବ ବୋଲି କର୍ମକର୍ତ୍ତାମାନେ ମାତପୋଷଣ କରିଥିଲେ !

Khansweb Solution Bhubaneswar

Leave A Reply

Your email address will not be published.