banner
Breaking

ଶୁକ୍ରବାର ଦିନ କଟକ ଷ୍ଟେସନ ଯିବନାହିଁ ଟ୍ରେନ।

0

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ। ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସ, ୧୮୧୧୮ ଗୁଣପୁର-ରାଉରକେଲା ରାଜରାଣୀ ଏକ୍ସପ୍ରେସ ଏହି ମାର୍ଗରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି। ସେହିଭଳି ଏହିଦିନ ଉପରୋକ୍ତ ଟ୍ରେନଗୁଡ଼ିକ କଟକ ବଦଳରେ ନରାଜରେ ରହଣି କରିବ। ଯାତ୍ରୀଙ୍କ ସୁବିଧା ପାଇଁ କଟକ ଓ ନରାଜ ଷ୍ଟେଶନ ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ବସ୍‌ ସେବା ଯୋଗାଇ ଦିଆଯାଇଛି। କଟକ ଷ୍ଟେଶନରେ ଟ୍ରେନ୍‌ ଚଢ଼ିବାକୁ ଥିବା ଯାତ୍ରୀଙ୍କୁ କଟକ ଷ୍ଟେଶନରେ ଯଥେଷ୍ଟ ସମୟ ପୂର୍ବରୁ ପହଞ୍ଚତ୍ବାକୁ ପୂର୍ବତଟ ରେଳପଥ ଅନୁରୋଧ କରିଛି। ସେହିଭଳି ନରାଜ ଷ୍ଟେଶନରେ ଓହ୍ଲେଇଥିବା ଯାତ୍ରୀଙ୍କୁ ମଧ୍ୟ ବସ୍‌ରେ କଟକ ଷ୍ଟେଶନ ନିକଟରେ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.