banner
Breaking

ଅପରାଧ ରୋକିବା ପାଇଁ ପୋଲିସ କମିଶନରଙ୍କ ନୂଆ ଯୋଜନା।

0

କଟକ-ଭୁବନେଶ୍ୱରରେ ଅପରାଧ ରୋକିବା ପାଇଁ ଆରମ୍ଭ ହୋଇଛି ନୂଆ ଯୋଜନା। ଦାଦାବଟିକୁ ନା’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପୁଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି ଯେ ଟ୍ୟୁଇନ୍‌ ସିଟି କଟକ-ଭୁବନେଶ୍ବରରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ବନ୍ଦ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ। ଏହି ହେଲ୍ପ ନମ୍ବରରେ ଲୋକେ ପୁଲିସକୁ ଗୋପନରେ ସୂଚନା ଦେଇପାରିବେ। ଯେଉଁ ଲୋକ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ପୁରଷ୍କୃତ କରାଯିବା। ଦାଦାବଟି ସଂଗ୍ରହ ସମ୍ପର୍କରେ ସୂଚନା ପାଇବା ପରେ କମିଶନରେଟ୍‌ ପୁଲିସ ପ୍ରଶାସନ ତତ୍କାଳ ପଦକ୍ଷେପ ଗ୍ରହଣ କରିବ ଏବଂ ଦାଦାବଟି ସଂଗ୍ରହ କରୁଥିବା ଅସାମାଜିକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକ ପଡିଲେ ସେମାନଙ୍କୁ ରାଜ୍ୟରୁ ତଡିପାର କରାଯିବ। ଏଥିପାଇଁ ବିଶେଷକରି ବିଲ୍ଡର, ଠିକାଦାର, ଓ ଉଠାଦୋକାନୀ କମିଶନରେଟ୍‌ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଦାଦାବିଟି ରୋକିବା ପାଇଁ ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ କାର୍ଯ୍ୟକ୍ରମର ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.