banner
Breaking

କଟକ-ଭୁବନେଶ୍ୱର ପାଇଁ ନୂଆ ଗାଇଡଲାଇନ୍।

0

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍‌ଲାଇନ ଆଣିଛନ୍ତି। ଏସ୍‌ଆର୍‌ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଗାଇଡ୍‌ଲାଇନରେ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ସମସ୍ତ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇର୍ଟ କର୍ଫ୍ୟୁ ରହିବ। କେବଳ କଟକ ଓ ଭୁବନେଶ୍ୱର ଟୁଇନ ସିଟିରେ ନାଇଟ୍‌ କର୍ଫ୍ୟୁକୁ ଅଧିକ କଡାକଡ଼ି କରାଯାଇଛି। ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏହି ୨ ଜିଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ରହିଥିଲା ଅକ୍ଟୋବରରେ ମଧ୍ୟ ଏହା ବଳବତ୍ତର ରହିବ। ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.