banner
Breaking

ସଡକ ଦୁର୍ଘଟଣାରେ ୩ ମୃତ।

0

କଟକ ,୧୭।୧୦: କଟକ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, କାର(ନଂ. ଓଡି ୧୪ସି ୦୦୦୭) ଭୁବନେଶ୍ୱରରୁ କଟକକୁ ଦ୍ରୁତ ଗତିରେ ଯାଉଥିଲା। କିଛି ସମୟ ପରେ ଉକ୍ତ ଗାଡିଟି ତେଲେଙ୍ଗା ପେଣ୍ଠଠାରେ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଛୋଟ କେନାଲ ଭିତରକୁ ଖସିପଡ଼ିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତ ଦେହକୁ ଜବତ କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କାରକୁ ଜବତ କରି ତଦନ୍ତ ଜାରି ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.