banner
Breaking

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଚେତନତା

0

ଭୁବନେଶ୍ୱର : ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ କଟକ ଜେଲ ରୋଡ ଶାଖା ପକ୍ଷରୁ ଜମାକାରୀ ଓ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖା ପରିଚାଳକ ପ୍ରଭାତ କୁମାର ଜେନାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଓଏଫଡିସି ଚେୟାରମେନ କୁନା ତ୍ରିପାଠୀ, ବ୍ୟାଙ୍କର ଅବସରପ୍ରାପ୍ତ ଜିଏମ ପ୍ରମୋଦ କୁମାର ନାୟକ ଓ ଡେପୁଟି କଲେକ୍ଟର ପ୍ରସନ୍ନ କୁମାର ସେନାପତି, ବରିଷ୍ଠ ନାଗରିକ ଗିରିଜା ନନ୍ଦନ ନାୟକ ପ୍ରମୁଖ ଯୋଗଦେଇ ଅର୍ଥନୈତିକ କାରବାର ଓ ସାଇବର ଠକେଇ ସମ୍ବଦ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶାଖା ପରିଚାଳକ ଶ୍ରୀଯୁକ୍ତ ଜେନା ସମବାୟ ବ୍ୟାଙ୍କର ଲକ୍ଷ ଓ ଉଦେଶ୍ୟ ସମ୍ବଦ୍ଧରେ କହିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ଓ ବ୍ୟାଙ୍କ ପକ୍ଷରୁ ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗକୁ ସଦୁପୋଯୋଗ କରି ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଗ୍ରାହକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରେଷ୍ଠ ଜମାକାରୀ ନର୍ମଦା ମିଶ୍ର ଶ୍ରେଷ୍ଠ ଗ୍ରାହକ ଭାବେ ରବିନ୍ଦ୍ର କୁମାର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.