banner
Breaking

ଗୋଟିଏ ମଞ୍ଚରେ ଶାହା ଓ ନବୀନ

0

କଟକ,୮।୮: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଏକ ଦୈନିକ ଖବରକାଗଜର ୭୫ତମ ବର୍ଷ ପୂରଣ ଉତ୍ସବରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟଙ୍କ ସମେତ ଉଭୟ ଦଳର ହେଭିୱେଟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି। ନବୀନ ଏବଂ ଶାହା ମଞ୍ଚକୁ ଉଠିବା ମାତ୍ରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ରବିବାର ବିଳମ୍ବିତ ରାତିରେ ଶାହା ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିଥିଲେ ଶାହା। ତାଙ୍କ ସହ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଅପରାଜିତା ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ୧୫ରୁ ୨୦ ମିନିଟ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶାହା ଭାଜପା ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ। ଏହାପରେ କଟକ ଅଭିମୁଖେ ବାହାରି ଥିଲେ। କଟକରେ ପହଞ୍ଚି ଶାହା ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନକୁ ଯାଇଥିଲେ। ସେଠାରେ ନେତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.