banner
Breaking

ପ୍ଲାଜମା ଦାନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0

କଟକ ,୩/୧୦(ଓଡ଼ିଆ ନ୍ୟୁଜ): କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶନିବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଳେଜ ଓ ହସ୍ପିଟାଲରେ ପ୍ଳାଜମା ଦାନ କରିଛନ୍ତି। ଏଥିସହିତ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ସମସ୍ତେ ପ୍ଳାଜମା ଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢେଇରେ ବିଜୟ ଲାଭ କରିବା ପାଇଁ ପ୍ଳାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଛନ୍ତି। ଆମେ ଏହି ଲଢେଇରେ ନିଶ୍ଚୟ ବିଜୟ ଲାଭ କରି ପାରିବା ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.