banner
Breaking

ଜାନୁୟାରୀ ୫ରୁ ମାଟ୍ରିକ ପରୀକ୍ଷା

0

କଟକ,୨୧।୧୨: ଜାନୁୟାରୀ ୫ ତାରିଖରୁ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ବର୍ଷ ମୋଟ୍‌ ୫ ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୩ ହଜାର ୯୩ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।

ଛାତ୍ରୀଛାତ୍ର ଦୁଇଟି ସିଟିଂରେ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ୍‌ ପରୀକ୍ଷା ଦେବେ । ଏଥିପାଇଁ ଏକ ଘଣ୍ଟା ସମୟ ସୀମା ରହିଛି। କେବଳ ଗଣିତ ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ । ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ପରୀକ୍ଷା ସେଣ୍ଟର ତାଲିକା, ଇତ୍ୟାଦି ବାବଦରେ ସମସ୍ତ ତଥ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ କିମ୍ବା ବୋର୍ଡ ୱେବସାଇଟ୍‌ରୁ ଡାଉନଲୋଡ୍‌ କରିପାରିବେ ।

Khansweb Solution Bhubaneswar

Leave A Reply

Your email address will not be published.