banner
Breaking

ଉଚ୍ଚ ନ୍ୟାୟାଳୟର ବିଚାରପତି ରୂପେ ଶପଥ ନେଲେ ଆଦିତ୍ୟ କୁମାର ଶତପଥୀ।

0

କଟକ : ଶୁକ୍ରବାର ପୂର୍ବାହ୍ନ ୯ଟା ୪୦ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର  ଶପଥ ଗ୍ରହଣ କରିଛନ୍ତି।  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ କୋଠାର ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତି।
ସୂଚନା ଯୋଗ୍ୟ, ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଶ୍ରୀଧର ମହାପାତ୍ରଙ୍କ ନାତି ତଥା ଅଭିରାମ ମହାପାତ୍ରଙ୍କ ପୁତ୍ର କଟକ ସୂତାହାଟର ବାସିନ୍ଦା ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲିଜିଏଟ ସ୍କୁଲରୁ ଦଶମ (ମାଟ୍ରିକ) ପାସ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ। ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ। ସେହି ବର୍ଷଠାରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି ଆରମ୍ଭ କରିଥିଲେ। ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିସନଙ୍କର ଓକିଲ ଭାବେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ। ଦୀର୍ଘ ୨୬ ବର୍ଷ ଧରି ଉଚ୍ଚ ନ୍ୟାୟାଳୟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ। ଆଦିତ୍ୟ କୁମାର ମହାପାତ୍ରଙ୍କ ବିଚାରପତି ଭାବେ ଶପଥ ନେବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୧୮ ରେ ପହଞ୍ଚିବ।

Khansweb Solution Bhubaneswar

Leave A Reply

Your email address will not be published.