banner
Breaking

ଦୀପାବଳିରେ ଫୁଟିବନି ବାଣ।

0

କଟକ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏଶନର ପକ୍ଷରୁ ଏହି ଆବେଦନ ହୋଇଥିଲା।

ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର ଦୀପାବଳିରେ ବାଣଫୁଟା ଓ ବିକ୍ରି ମାମଲା ଉପରେ ଏ ନେଇ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସେପଟେ ଦୀପାବଳିରେ ବାଣ ଫୁଟାଇବା ଆବଶ୍ୟକତା ନାହିଁ କି ବାଣରୁ ବାହାରୁଥିବା ଖରାପ ଗ୍ୟାସ ଯୋଗୁ ଅସୁସ୍ଥ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କେବଳ ଦୀପ ଜାଳି ପର୍ବ ପାଳନ କରିବାକୁ ରାଜ୍ୟବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ଦୀପାବଳିରେ ବାଣ ଫୁଟାଇଲେ ଏହା ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.