banner
Breaking

୧୧୨ କଲ୍ କଲେ ମିଳିବ ପୋଲିସ ଓ ଅଗ୍ନିଶମ ସେବା।

0

କଟକ : ଏଣିକି ଗୋଟିଏ ନମ୍ବରରେ ମିଳିବ ପୋଲିସ ଓ ଅଗ୍ନିଶମ ସେବା। ୧୦୧ ପରିବର୍ତ୍ତେ ୧୧୨କୁ କଲ୍‌ କରି ଜରୁରିକାଳୀନ ପରିସ୍ଥିତିରେ ଲୋକେ ଅଗ୍ନିଶମ ସେବା ପାଇ ପାରିବେ। ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍‌ କରାଯାଉଥିବାବେଳେ ଏବେ ୧୧୨ରେ କଲ୍‌ କରି ହେବ। ଏହି ନମ୍ବର ସମ୍ପୂର୍ଣ୍ଣ ଦେୟମୁକ୍ତ। ଏହାଦ୍ୱାରା ଜରୁରୀ ସମୟରେ ଶୀଘ୍ର ସେବା ମିଳିପାରିବ। ସେଥିପାଇଁ ଲୋକଙ୍କୁ ୧୧୨ ଇଣ୍ଡିଆ ମୋବାଇଲ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡିବ। ସେଥିରେ ନିଜକୁ ୧୧୨ ସ୍ବେଚ୍ଛାସେବୀଭାବେ ପଞ୍ଜିକରଣ କରି ବିପଦରେ ଥିବା ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.