banner
Breaking

ସାବିତ୍ରୀ ରଥ ହେବେ ହାଇକୋର୍ଟର ବିଚାରପତି।

0

କଟକ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର ସୁପାରିସ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୋହର ମାରିବା ପରେ ରଥ ନିଯୁକ୍ତି ପାଇବେ। ସାବିତ୍ରୀ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଥାଉ କି, ସାବିତ୍ରୀ ହେଉଛନ୍ତି ରାଜ୍ୟର ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କ ଝିଅ। କଟକରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀରେ ଆଇନ ବିଦ୍ୟା ଲାଭ କରିଥିଲେ। ପରେ ଓଡ଼ିଶା ଆସି ହାଇକୋର୍ଟରେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ହାଇକୋର୍ଟର ତତ୍କାଳୀନ ବରିଷ୍ଠ ଓକିଲ ତଥା ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରଫୁଲ୍ଲ ମିଶ୍ରଙ୍କ ଅଧୀନରେ ସେ ଓକିଲାତି କରୁଥିଲେ। ଏହା ପରେ ଭିଜିଲାନ୍ସ ଷ୍ଟାଣ୍ଡିଂ କାଉନସେଲ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.