banner
Breaking

ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ୬୭ ଗିରଫ।

0

କଟକ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍‌ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତିବାସିନ୍ଦାଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଅଭିଯୋଗରେ ସେମାନଙ୍କୁ ମଧୁପାଟଣା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୬୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର କାଳବୈଶାଖୀ ଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଣ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା। ଏହି ଘଟଣାରେ ଉତ୍ତ୍ୟେକ୍ତ ଲୋକେ ପାଖରେ ଥିବା ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.