banner
Breaking

ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ।

0

ଜଗତପୁର ୩୦/୦୪: ଜଗତପୁର ଥାନା ପାଗା ଛକ ସ୍ଥିତ ଏକ ଏଟିଏମ୍‌ କାଉଣ୍ଟର ଆଗରୁ ଦୁର୍ବୃତ୍ତମାନେ ଏକ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ପାଗା ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଲୁଟ୍‌ ସ୍ଥାନ ନିକଟରେ ଲାଗିଥିବା ସିସିଟିଭି ଯାଞ୍ଚ୍‌ କରି ସେଥିରେ କଏଦ୍‌ ହୋଇଥିବା ଲୁଟ୍‌ ସମୟର ଫୁଟେଜ୍‌ ଆଧାରରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ଅଭିଯୋଗ ମୁତାବକ, ପାଗା ନିକଟସ୍ଥ ଆତୋଡା ଗ୍ରାମର ରାମଚନ୍ଦ୍ର ସାହୁ ନିଜର ସ୍କୁଟି ଯୋଗେ ଜରୁରୀ କାମରେ ପାଗା ଆସିଥିଲେ। ଦିନ ପ୍ରାୟ ୧୧ଟା ସମୟରେ ପାଗା ଛକସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ । ସେ ଏହି ଟଙ୍କାକୁ ସ୍କୁଟି ଡିକିରେ ରଖି ପାଖରେ ଥିବା ଏକ ଔଷଧ ଦୋକାନକୁ ଔଷଧ କିଣିବାକୁ ଯାଇଥିଲେ। ସେଠାରେ ଔଷଧ କିଣୁଥିବା ବେଳେ ଏକ କଳା ରଙ୍ଗର ପଲସର(୨୨୦)ରେ ୨ ଜଣ ଦୁର୍ବୃତ୍ତ ଆସି ସ୍କୁଟି ଡିକି ଭାଙ୍ଗି ସେଥିରେ ଥିବା ୩୦ ହଜାର ଟଙ୍କା, ଏଟିଏମ୍‌ କାର୍ଡ ଥିବା ବ୍ୟାଗ୍‌ ଲୁଟି ନେଇ ଫେରାର ହୋଇଥିଲେ । କିଛି ସମୟ ପରେ ଔଷଧ କିଣି ରାମଚନ୍ଦ୍ର ଗାଡି ନିକଟକୁ ଆସି ଦେଖନ୍ତି ତ ଡିକି ଭଙ୍ଗାଯାଇଥିବା ସହ ସେଥିରେ ଥିବା ଟଙ୍କା ବ୍ୟାଗ୍‌ ଚୋରି ହୋଇଛି ।

ଏ ସମ୍ପର୍କରେ ରାମଚନ୍ଦ୍ର ପାଗା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଲୁଟ୍‌ ସ୍ଥାନ ନିକଟରେ ରହିଥିବା ସିସିଟିଭି ଯାଞ୍ଚ୍‌ ସମୟରେ ସେଥିରେ କଏଦ ହୋଇଥିବା ଲୁଟ୍‌ ସମୟର ଫୁଟେଜ୍‌ ସଂଗ୍ରହ କରିଛି ଦୁର୍ବୃତ୍ତମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ।

Khansweb Solution Bhubaneswar

Leave A Reply

Your email address will not be published.