banner
Breaking

ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଆହତ

0

କଟକ,୨୯/୪ : ପୁଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ ହୋଇଛି। କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଏହି ଏନକାଉଣ୍ଟର ହୋଇଛି। ​ତେବେ ଏନକାଉଣ୍ଟର​​‌ରେ ବାବୁର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ ବାବୁକୁ କଟକ ବଡ଼ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି। ବାରଙ୍ଗ-ଚନ୍ଦକା ରାସ୍ତାରେ ଶେଖ୍ ବାବୁ ଓ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲା। ପୁଲିସ ତା’କୁ ଧରିବାକୁ ଚେଷ୍ଟା କରିବାରୁ ପ୍ରଥମେ ବାବୁ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୁଲିସର ପାଲଟା ଗୁଳିରେ ବାବୁ ଆହତ ହେଇଥିଲା। ଏହି ଏନ୍‌କାଉଣ୍ଟର ପରେ ବାବୁଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.