banner
Breaking

କଟକ ଉନ୍ନତି କରଣ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

0

କଟକ, ୨୩ା୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ପୂର୍ବତନ ରାଜଧାନୀ ତଥା ଓଡ଼ିଶାର ଅନ୍ୟତମ ବାଣିଜ୍ୟ କେନ୍ଦ୍ର କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି ।

ଆଜି ସେ କଟକ ଗ୍ରସ୍ତ କରି ନିଜେ ପାଦରେ ଚାଲିଚାଲି ବୁଲି ଦେଖିବା ସହ ସମୀକ୍ଷା କରି କହିଛନ୍ତି କଟକ ସହରର ନବକଳେବର ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଯୋଜନା । ଏହି ପ୍ରସ୍ତୁତି ବେଳେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଅଭିଜ୍ଞ ସହରାଞ୍ଚଳ ଯୋଜନା ପ୍ରସ୍ତୁତିକାରୀଙ୍କୁ ନିୟୋଜିତ କରାଯିବ । ମହାନଦୀ ପଠାରେ ୨୪୪ ଏକର ଜମିକୁ ଉପଯୋଗ କରାଯିବ । ଏହାସହ ଟ୍ରାଫିକ ସମସ୍ୟା ଦୂର ପାଇଁ ରିଂ ରୋଡ଼କୁ ୬ଲେନ କରାଯିବ । ମାର୍ଚ୍ଚରେ ଏସସିବି ମେଡ଼ିକାଲ କଲେଜର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । କ୍ରୀଡ଼ା, ସାଂସ୍କୃତିକ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା ସହ ସବୁଜ ବଳୟ ସୃଷ୍ଟି କରାଯିବ। ଏହାସହ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Khansweb Solution Bhubaneswar

Leave A Reply

Your email address will not be published.