banner
Breaking

କରୋନା ଯୋଦ୍ଧା ଅଭିରାମ ସାହୁ ସମ୍ବର୍ଦ୍ଧିତ

0

କଟକ – କଟକ ଜିଲ୍ଲା ବୟାଳିଶମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସରସ୍ୱତୀ କଳା ପରିଷଦ” ପରିଚାଳନାରେ ପରିଷଦର କଳାବିହାର,କନ୍ଦରପୁର କାର୍ଯ୍ୟାଳୟରେ ସାହିତ୍ୟ ସଭା,ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ,ନାଟ୍ୟକାର ଅଶୋକ ପଟ୍ଟନାୟକ,ସରୋଜ ନଳିନୀ ପରିଜା,ବିକ୍ରମ ନନ୍ଦ, ମହାଦେବ ମହାରଣା,ଅଧ୍ୟାପକ କଲିମୁଲ୍ଲା,ପ୍ରଫୁଲ୍ଲ ଦାସ,ସଂଧ୍ୟାରାଣୀ ଦାଶ ପ୍ରମୁଖ ଉପସ୍ଥିତଥିଲେ । ଏହି ସଭାରେ ତ୍ରୟ ଅନୁଷ୍ଠାନ ପକ୍ଷରୁ ଚକ୍ରବର୍ତ୍ତୀ ଓତା,ଅଭିନେତା ଦୈତାରୀ ପ୍ରଧାନ,ପ୍ରଦୀପ ମହାଳି,ବାବୁଲି ପାତ୍ର କାର୍ଯ୍ୟକର୍ତାଙ୍କ ପରିଚାଳନାରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବହୁ ସାମ୍ବାଦିକ,କବି,ସମାଜସେବୀ,ଚିତ୍ରଶିଳ୍ପୀ,ବିଭିନ୍ନ ସଂଗଠନ ମାନଙ୍କସହ ଵଂବୁରୀ,କନ୍ଦରପୁର ମାଟିର ସୁଯୋଗ୍ୟ ସନ୍ତାନ କରୋନା ଯୋଦ୍ଧା ଅଭିରାମ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ସାହୁ ଜଣେ ସମାଜସେବୀ,ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ,କଳାପ୍ରମୀ ମଣିଷ ଭାବେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.