banner
Breaking

କଟକରେ ପୁଣି ନକଲି ଘିଅ କାରଖାନା ଠାବ।

0

କଟକ, ୩୦ା୧ (ଓଡ଼ିଆ ନ୍ୟୁଜ): ନକଲି ଘିଅର ଭୂସ୍ୱର୍ଗ ପାଲଟିଛି କଟକ। କିଛିଦିନ ପୂର୍ବରୁ କଟକର ଏକାଧିକ ସ୍ଥାନରୁ ନକଲି ଘିଅ କାରଖାନା ଠାବ କରାଯାଇଥିଲା । ଆଜି ପୁଣି ମର୍କତନଗର ଅଞ୍ଚଳରେ ଏକ ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଛି ।
କଟକର ସିଡିଏ ସେକ୍ଟର-୯ ଅଞ୍ଚଳରେ ଏହି ନକଲି ଘିଅ କାରଖାନାକୁ ଠାବ କରିଛି ମର୍କତନଗର ପୋଲିସ । ତେବେ ଏହି ଘଟଣାରେ ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ଏଥିସହ ପୋଲିସ କାରଖାନା ପରିସରରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି । ବାରମ୍ବାର କଟକରୁ ନକଲି ଘିଅ କାରଖାନା ଠାବ ପୋଲିସର ନିଦ ହଜାଇ ଦେଇଛି ।

Khansweb Solution Bhubaneswar

Leave A Reply

Your email address will not be published.