banner
Breaking

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ମକର ବିଶେଷଣଙ୍କ ଲୋକାର୍ପିତ ।

0

କଟକ : କୃଷିକୁ ଓଡ଼ିଶାର ଜନସଂସ୍କୃତିର ଆଧାର ବୋଲି ବିବେଚନା କରାଯାଏ । ଚାଷ ନଥିଲେ ଜୀବ ନଥାନ୍ତା । ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । କୃଷିର ବିକାଶ,କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ ୨୦୧୮ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ ପାଇଆସୁଥିବା ଓଡ଼ିଶାର ପ୍ରଥମ ଛାତ୍ର ସମ୍ପାଦିତ କୃଷିଭିତ୍ତିକ ତୈମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ଦ୍ୱାଦଶ ସଂଖା ବା ମକର ସଂକ୍ରାନ୍ତି ବିଶେଷାଙ୍କକୁ ମାନ୍ୟବର କୃଷି,ମତ୍ସ୍ୟ , ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଲୋକର୍ପିତ କରିଛନ୍ତି । ଶ୍ୟାମଳ ସୁବର୍ଣ୍ଣ ସବୁବେଳେ କୃଷି ଓ କୃଷକର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀମାନଙ୍କର ଏପରି ଅଭିନବ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଅବସରରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ, ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକ(ସୂଚନା) ଶ୍ରୀ ଗୁରୁ ପ୍ରସାଦ ତ୍ରିପାଠୀ,ସମ୍ପାଦକ ସ୍ତମ୍ଭକାର ଡ଼ି. ଶୁଭମ୍‌ ,ସମ୍ପାଦନା ମଣ୍ଡଳୀ ସଦସ୍ୟ ବିଜ୍ଞାନ ମିହିର ରାଉତ,ଜଗଦାନନ୍ଦ ପ୍ରଧାନ,ନିରଦ ବରନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗାମୀ ଏପ୍ରିଲ ମାସରେ ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ କରାଯିବ ସହ ଆଗକୁ ଚାଷୀମାନଙ୍କ ପାଇଁ ଅନେକ କିଛି କରିବାକୁ ଯୋଜନା ଅଛି ବୋଲି ସମ୍ପାଦକ ଡ଼ି.ଶୁଭମ୍‌ ମତବ୍ୟକ୍ତ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.