banner
Breaking

ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ !

0

କଟକ – ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶମୌଜ଼ାର ଛଅଗୋଟି ପଂଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ ଅଭିଯାନ ଶୁଭାରମ୍ଭ ହୋଇଅଛି ! ସର୍ବ ପ୍ରଥମେ ବ୍ରହ୍ମପୁର ପଂଚାୟତର ଶ୍ରୀରାମ ଭିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଓ ସଂକୀର୍ତ୍ତନ ମଣ୍ଡଳୀ ଵର୍ଗ ନିଧି ସଂଗ୍ରହ କରିଥିବାବେଳେ ସର୍ବ ପ୍ରଥମେ ଗ୍ରାମର ବିଦ୍ୱାନ ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଏକ ହଜାର ମୁଦ୍ରାର ନିଧି ସମର୍ପଣ କରିଥିଲେ ! ଏହି ମହତ ଧାର୍ମିକ କାର୍ଯ୍ୟରେ ରାଜକିଶୋର ଦାଶ,ସତ୍ୟନାରାୟଣ ମିଶ୍ର,ଦୀପକ ଆଚାର୍ଯ୍ୟ,ତାପସ ଆଚାର୍ଯ୍ୟ, ସୁବ୍ରତ ପଣ୍ଡା,ଭବାନୀ ଶଙ୍କର କର,ପୃଥ୍ୱୀରାଜ ପଣ୍ଡା,ଆନନ୍ଦ ବେହେରା,ନିରଂଜନ ଆଚାର୍ଯ୍ୟ,ବଳରାମ ଦୀକ୍ଷିତ,ପ୍ରଶାନ୍ତ ସାହୁ,କରୁଣା ଦାଶ,ଜିତୁନା ଦାଶ,ପ୍ରସନ୍ନ ଗୋଛାୟତ,ଶଙ୍କର ବେହେରା,ଶିବା ଦାଶ,ସ୍ୱାଧୀନ ଦେବତା ପ୍ରମୁଖ ଶ୍ରଦ୍ଧାଳୁ ନିଧି ପ୍ରଦାନ କରିଥିଲେ !

Khansweb Solution Bhubaneswar

Leave A Reply

Your email address will not be published.