banner
Breaking

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଆସୋସିଏସନର ସମ୍ମିଳନୀ

0

ଭୁବନେଶ୍ୱର : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସେବା ନିବୃତ ଯବାନ ଓ୍ଵେଲଫେୟାର ଆସୋସିଏସନ ଓଡିଶା ଶାଖାର ତୃତୀୟ ବାର୍ଷିକ ସମ୍ମିଳନୀ ସିଆରପି ଗ୍ରୁପ୍ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ସେବା ନିବୃତ ଆଇଜି ଆର ଏନ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଗତ ବର୍ଷରେ ପରଲୋକ ଘଟିଥିବା ସଭ୍ୟଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ସଙ୍ଗଠନର ୩ଜଣ ବରିଷ୍ଠ ସଦସ୍ୟ ଡ. ସନାତନ ତ୍ରିପାଠୀ, ଅକ୍ଷୟ ସ୍ୱାଇଁ ଓ ମଧୁସୂଦନ ଛୋଟରାୟଙ୍କୁ ସମ୍ମାନିତ କରାଯାଇଥିଲା । ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର ପରିଚାଳନା କରିଥିଲେ । ସଙ୍ଗଠନର ବିଭିନ୍ନ ସାମାଜିକ କାର୍ଯ୍ୟ ନିମନ୍ତେ ଟି ସାର୍ଟ ଉନ୍ମୋଚିତ ହୋଇଥିଲା ।ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲା । ସଭାପତି ଭାବେ ଆର ଏନ ମିଶ୍ର, ଉପସଭାପତି ଏ କେ ଦାଶ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମହାପାତ୍ର, ଯୁଗ୍ମ ସମ୍ପାଦକ ସନାତନ ସେନାପତି, ସାଙ୍ଗଠନିକ ସମ୍ପାଦକ ଗୌତମ ବେହୁରା ଓ ୟୁ ଏନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଶତ୍ରୁଘ୍ନ ବେହେରାଙ୍କ ସମେତ ୮ ଜଣ କାର୍ଯ୍ୟକାରୀ ସଦସ୍ୟ ଓ ଦୁଇଜଣ ପରାମର୍ଶଦାତା ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଭ୍ୟମାନେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.