banner
Breaking

ଦାଦାବଟି ପାଇଁ ଫୁଟିଲା ଗୁଳି। ଲୋକେ ଧରି ବହେ ଛେଚିଲେ

0

ପୁରୀ,୬।୧୧(ବ୍ୟୁରୋ): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ (୪୯)। ଗୁରୁତର ଅବସ୍ଥାରେ ଉମାକାନ୍ତଙ୍କୁ ଗୋପରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରି ନିର୍ଧୁମ ଛେଚିବା ସହ ସେମାନଙ୍କ ଏକ ସ୍କୁଟିକୁ ଜାଳି ଦେଇଛନ୍ତି। ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ପୋଲିସ ସହ ଉତ୍ତ୍ୟକ୍ତ ଲୋକଙ୍କ ଠେଲାପେଲା ହୋଇଥିବା ଜଣାପଡ଼ିଛି। ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨ ଅଭିଯୁକ୍ତ ପିଣ୍ଟୁ ସାହୁ ଓ ମୁନା ପ୍ରଧାନ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଉମାକାନ୍ତଙ୍କୁ ୨୦ ଲକ୍ଷ ଟଙ୍କା ଦାଦାବାଟି ମଗାଯାଇଥିଲା। ସେ ଏହି ଟଙ୍କା ନ ଦେବାରୁ ତାଙ୍କୁ ଗୁଳିମାଡ଼ କରାଯାଇଛି। ପିଣ୍ଟୁ ଓ ମୁନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.