banner
Breaking

ପୁରୀରେ ପୁଣି ଏକ ଗଣଦୁଷ୍କର୍ମ।

0

ପୁରୀ,୧୫/୧(ଵ୍ୟୁରୋ) :ପୁରୀରେ ପୁଣି ଏକ ଗଣଦୁଷ୍କର୍ମ । ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୀଡିତା ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୫ରୁ ୩୦ ବର୍ଷିୟ ଜଣେ ଯୁବତୀ ମହାରାଷ୍ଟ୍ରରୁ ଟ୍ରେନ୍ ଯୋଗେ ପୁରୀ ଆସିଥିଲେ। ପୁରୀ ଷ୍ଟେସନରେ ପହଞ୍ଚିବା ପରେ କିଛି ଯୁବକ ତାଙ୍କୁ ଡାକି ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗରେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.