banner
Breaking

ଭୂତ ବାବା ଗିରଫ

0

ଖୋର୍ଦ୍ଧା : ନିଜକୁ ଭୂତ ସଂଘର ସଭାପତି କହୁଥିବା ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ନନ୍ଦପୁରରୁ ତାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ୨୦୧୩ ମସିହାର ଏକ କେସ୍‌ରେ ତାଙ୍କ ନଁାରେ ଓ୍ବାରେଣ୍ଟ ରହିଥିଲା। ସେହି ଓ୍ବାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ସଦର ଏସ୍‌ଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ବିପିନ ନିଜକୁ ଜଣେ ବଗଳାମୁଖୀ ସାଧକ କହିବା ସହ ଭୂତଙ୍କ ସଭାପତି ମଧ୍ୟ କହୁଥିଲେ। ମଶାଣିରେ ୧୫ମିନିଟ ମନ୍ତ୍ର ପଢ଼ିବା ପରେ ୪୦ ଲକ୍ଷ ଭୂତ ତାଙ୍କ ନିକଟକୁ ଆସୁଥିଲେ। ଭୂତଙ୍କ ମିଟିଂରେ ସେ ବସୁଥିଲେ। ଭୂତମାନେ ସମସ୍ୟା ସମାଧାନ ଲାଗି ତାଙ୍କ ସହଯୋଗ ଲୋଡୁଥିଲେ। ଭୁବନେଶ୍ୱରକୁ ୪୫ମିନିଟ ପାଇଁ ଅନ୍ଧକାର କରିଥିଲି। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାଯ୍ୟ ମାଗିବା କହି ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ। ତେବେ ବିପିନଙ୍କ ନାମରେ ଜିଆର୍‌ ୫୧/୨୦୧୩, ଜିଆର୍‌ ୬୦୯/୨୦୧୬ ଭଳି ୩ଟି ଓ୍ବାରେଣ୍ଟ ରହିଥିଲା। ସେ ଅନେକ ସମୟରେ ପୋଲିସକୁ ଚକମା ଦେଇ ଖସିଯାଉଥିଲେ। ବୁଧବାର ଅପରାହ୍ନରେ କୌଣସି କାମରେ ନିଜ ଗଁା ନନ୍ଦପୁର ଆସିଥିବା ଖବରପାଇ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଦୀର୍ଘ ୧୦ବର୍ଷ ପରେ ପୋଲିସ ତାଙ୍କୁ ଗିରଫ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Khansweb Solution Bhubaneswar

Leave A Reply

Your email address will not be published.