banner
Breaking

ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି: ଏସ୍ ପି

0

ଭୁବନେଶ୍ୱର, ୭।୩(ବ୍ୟୁରୋ): ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି ବି. ଗଙ୍ଗାଧର। ସେ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ, ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଛି। ହେଲେ କେମିତି ଓ କେଉଁ ପରିସ୍ଥିତିରେ ପାଣିରେ ବୁଡ଼ିଲେ ସେନେଇ ତଦନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ,ଥାନାରେ ଅଟକ ଚିନ୍ମୟୀ ସାହୁଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କୁ ନୋଟିସ ଦେଇ ଆଜି ଛାଡ଼ି ଦିଆଯିବ। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ସେଥିପାଇଁ ଉଭୟଙ୍କୁ ୭ ଦିନ ଯାଏ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃୟାରୀ ୨୮ ତାରିଖରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

Khansweb Solution Bhubaneswar

Leave A Reply

Your email address will not be published.