banner
Breaking

ଅର୍ଚ୍ଚନା ନାଗ ମାମଲାର ଚାର୍ଜସିଟ୍ ଦାଖଲ

0

କଟକ :ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ନଥିପତ୍ରର କପି ଆବେଦନକାରୀ ଏ ପର୍ଯ୍ୟନ୍ତ ପାଇ ପାରିନାହାନ୍ତି। ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରିଥିଲେ। ଆସନ୍ତା ମାର୍ଚ୍ଚ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ରୁଜୁ ମାମଲାରେ ଜାମିନ ପାଇଁ ଅର୍ଚ୍ଚନା ଗତ ଜାନୁୟାରୀ ୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଜାନୁୟାରୀ ୬ରେ ମାମଲାର ଶୁଣାଣି କରି କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ଭୁବେନେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜଙ୍କ ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜଜୀବୀ ବିଶ୍ୱଚନ୍ଦନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.