banner
Breaking

ଗୋପାଳ ରିମାଣ୍ଡ ଅବଧି ବଢିଲା

0

ଝାରସୁଗୁଡ଼ା : ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ରିମାଣ୍ଡ ବୃଦ୍ଧି ପାଇଁ ଆବେଦନ କରାଯାଇଥିଲା। ଏହାକୁ କୋର୍ଟ ବିଚାରକୁ ନେଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ପକ୍ଷରୁ ଏହି ଅର୍ଡର ମିଳିବା ପରେ କ୍ରାଇମବ୍ରାଞ୍ଚ ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟକୁ ଆଣି ପୁଣି ଓଏସ୍‌ଏପି ରିଜର୍ଭ ବାଟାଲିୟନରେ ନେଇ ରଖିଛିି।

Khansweb Solution Bhubaneswar

Leave A Reply

Your email address will not be published.