banner
Breaking

କାଲି ଲାଗିଥିଲା ୪ ଦଫା, ଆଜିକି ୧୦ ହେଇଗଲା :ସାଲୁଜା

0

ଭୁବନେଶ୍ୱର: କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅକୁ ପୋଲିସ ଗିରଫ କରିଛି । ଅଭିଯୋଗ ଅନୁସାରେ, ସାଲୁଜାଙ୍କ ପୁଅ ସେଜି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସିନେମା ହଲରେ ଗଣ୍ଡଗୋଳ କରିଥିଲେ । ଯେଉଁଥିପାଇଁ ପୋଲିସ ସେଜିଙ୍କ ସହ ୬ ଜଣଙ୍କୁ ଗିରଫ କରିଛି । ପୁଅ ସହ ୬ ଜଣଙ୍କୁ ଗିରଫ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସନ୍ତୋଷ ସିଂ ସାଲୁଜା । ସାଲୁଜା କହିଛନ୍ତି, କଣ୍ଟାବାଞ୍ଜିରେ ବିଭିନ୍ନ ସମୟରେ ସିନେମା ହଲରେ ଅନେକ ଘଟଣା ଘଟୁଛି । ଯେତେବେଳେ ବି ଛୋଟବଡ଼ ଘଟଣା ତାହା କାହିଁକି ବଡ଼ ରୂପ ନିଏ । ଏହାର କାରଣ ହେଉଛି ଉକ୍ତ ସିନେମା ହଲର ପାର୍ଟନର ହେଉଛନ୍ତି ପୋଲିସ ଡିଜି । କାଲି ୪ଟା ଦଫାରେ ମାମଲା ରୁଜୁ ହୋଇଥିଲା । ଆଜି ୧୦ଟା ଦଫା ଲାଗିଛି । ପୋଲିସ ଲଗାଇଥିବା ଧାରାକୁ ନେଇ ସାଲୁଜା ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ହଲ୍ ମାଲିକଙ୍କ ସହ ଡିଜିପିଙ୍କ ପାର୍ଟନରସିପ୍ ରହିଛି । ବଲାଙ୍ଗିର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ପୋଲିସ ସେସବୁକୁ ନିୟନ୍ତ୍ରଣ କରି ପାରୁନି । ପୋଲିସ ଏଏସ୍ଆଇ ମନ୍ତ୍ରୀଙ୍କୁ ମାରି ଦେଉଛନ୍ତି । ଏସବୁ ଘଟଣା ଉପରୁ ନଜର ହଟାଇବା ଲାଗି ପୋଲିସ ପୁଅ ସହ ୬ ଜଣଙ୍କୁ ସିନେମା ଦେଖି ଯାଇଥିବା ବେଳେ ଗିରଫ କରିଥିବା ସାଲୁଜା ଅଭିଯୋଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.