banner
Breaking

ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ

0

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୁଳୁଦିଟଶି ଗ୍ରାମର ବାସିନ୍ଦା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକଙ୍କୁ ଗୁରୁବାର ରାତିରେ ତାଙ୍କ ଘରେ ପଶି ଆକ୍ରମଣ କରାଯାଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୁରୁବାର ରାତି ୮ ଟା ସମୟରେ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମର ରାଧି ମଣ୍ଡଳ ଓ ୩ ଜଣ ପୁରୁଷ, ୨ଜଣ ଯୁବତୀ ଓ ଜଣେ ବିଧବା ମହିଳା ଅଚାନକ ଦଶରଥ ବାରିକଙ୍କ ଘରେ ପଶି ତାଙ୍କ ତଣ୍ଟିକୁ ଚିପି ତଳେ ଘୋଷାରି ବିଧା ଗୋଇଠା ମାରିଥିଲେ । ଏହା ଦେଖି ତାଙ୍କ ମାଆ ଛଡ଼ାଇବାକୁ ଚେଷ୍ଟା କରି କରୁଥିବା ବେଳେ ଉଭୟଙ୍କୁ ମାଡ ମାରି ଜୀବନରୁ ଶେଷ କରିଦେବାକୁ କହିଥିଲେ ।
ଏହା ସହ ତାଙ୍କ ମୋବାଇଲକୁ ଛଡାଇ ତଳେ କଚାଡି ଦେଇଥିଲେ । ପରେ ଗାଁ ଲୋକ ପହଞ୍ଚିବାରୁ ସେଠାରୁ ସେମାନେ ପଳାଇଥିଲେ । ତେବେ ଦଶରଥ ବାରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାରୁ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଥାନାରେ ୨/୨୦୨୩ ରେ ଏକ ମାମଲା ରୁଜୁ କରି ଥାନା ଏଏସଆଇ ମନୋରମା ସ୍ବାଇଁ, ପଦ୍ମାବତୀ ବିଶ୍ବାଳ ସଦଳବଳେ ଖିରେଇଟାଙ୍ଗିରି ଯାଇ ଘଟଣାର ତଦନ୍ତ କରିଛନ୍ତି । ଏନେଇ ପାଟଣା ଥାନାରେ ଦଫା ୪୫୨, ୩୨୩, ୨୯୪ ଓ ୪୨୪ ଆଦିରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.