banner
Breaking

ବିଜେବି କଲେଜ ରାଗି° ଘଟଣାରେ ୪ ଗିରଫ

0

ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ୪ ଛାତ୍ର ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ ବିକାଶ କୁମାର ଦାସ। ଏମାନେ କଲେଜ କ୍ୟାମ୍ପସ ଆସିପାରିବେନି ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ବିଜେବି କଲେଜରେ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ କରିବା ସହ ମାଡ ମଧ୍ୟ ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Khansweb Solution Bhubaneswar

Leave A Reply

Your email address will not be published.