banner
Breaking

ମହିଳା ଏସଆଇ ଆକ୍ରମଣ ଘଟଣାରେ ୩ ଅଟକ

0

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି। ନୂଆବର୍ଷରେ ଅତ୍ୟଧିକ ମଦ୍ୟପାନ କରି ଅଭିଯୁକ୍ତମାନେ ଏପରି କାଣ୍ଡ ଭିଆଇଥିଲେ। ଏହି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, ନୂଆବର୍ଷ ଦିନ ଡ୍ୟୁଟି ସାରି ବିଳମ୍ବିତ ରାତିରେ ଭୁବନେଶ୍ୱର ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକ ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ ତାଙ୍କ କାର୍‌କୁ ଏକ ଇନୋଭା କାର୍‌ ଧକ୍କା ଦେବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ। ଏପରିକି ତାଙ୍କୁ ଖଣ୍ଡା ଦେଖାଇ ଦୁର୍ବୃତ୍ତମାନେ ଭୟଭୀତ ମଧ୍ୟ କରାଇଥିଲେ। ପୋଲିସ ପୋଷାକରେ ଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇଥିଲେ। ଏଥିରେ ଭୟଭୀତ ହୋଇ ଏସ୍‌ଆଇ ପୋଲିସ ବାରାକ୍‌ ଭିତରକୁ ପଶିଯାଇଥିଲେ। ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଯୋଗୁ ଦୁର୍ବୃତ୍ତମାନେ ଛାଡ଼ି ଚାଲିଯାଇଥିଲେ। ଏନେଇ ଏସ୍‌ଆଇ ଶହୀଦନଗର ଥାନାରେ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Khansweb Solution Bhubaneswar

Leave A Reply

Your email address will not be published.