banner
Breaking

ଅର୍ଚ୍ଚନା ନାଗ ମାମଲା, ଆସିଲା ଫରେନ୍ସିକ ରିପୋର୍ଟ

0

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି । ଆଜି ରାଜ୍ୟ ଅପରାଧି ବିଧି ବିଜ୍ଞାନ ପକ୍ଷରୁ ଜବତ ଡିଜିଟାଲ୍ ଡିଭାଇସର ଆନାଲିସିସ୍ ରିପୋର୍ଟ କପି କୋର୍ଟ ସହ ପୋଲିସକୁ ପ୍ରଦାନ କରାଯାଇଛି । ଅର୍ଚ୍ଚନାଙ୍କ ଘରୁ ଜବତ ହାର୍ଡଡିସ୍କର ତଥ୍ୟ ସହ ପେନ୍ ଡ୍ରାଇଭ୍, ମୋବାଇଲ୍, ଲାପଟପ ଓ ଟାବଲେଟ୍ସରେ କଣ ସବୁ ଥିଲା ? କଣ ସବୁ ଡିଲିଟ୍ କରାଯାଇଛି । ସେସବୁର ରିପୋର୍ଟ ପୋଲିସ ସହ କୋର୍ଟଙ୍କୁ ଦିଆଯାଇଛି । ବିଶେଷକରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରୁ ଡିଲିଟ୍ ହୋଇଥିବା ଚାଟ୍, ଲାପଟପରୁ ଡିଲିଟ୍ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇଛି । ଯେଉଁଥିରୁ ତଦନ୍ତ ପାଇଁ ଅନେକ କ୍ଲୁ ମିଳିଥିବା କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.