banner
Breaking

ତୁ ଗୁହାରୀ କରିବୁ ଯାହାକୁ। ମୁଁ ଘଇତା କରିଛି ତାହାକୁ।

0

ଭୁବନେଶ୍ୱର,(ବ୍ୟୁରୋ): ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ।ଏହି ଉକ୍ତିଟି ହେଉଛି ଆମର ଲୋକକଥା ବା ଢଗଢମାଳି । ସାଧାରଣତଃ ଏହି କଥାଟି ଗାଁ ଗହଳିରେ ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ବୋଲି କିଛି ମହିଳା ସଙ୍ଗଠନ ଚନ୍ଦ୍ରଶେଖରପୁର ଥାନାରେ ଧାରଣାରେ ବସିଥିବା ସମୟରେ କହିଛନ୍ତି। ସେମାନେ କଲେଜ ପ୍ରଫେସର ଓ ବ୍ୟାଙ୍କ ମ୍ୟାନେଜରଙ୍କ ଘଟଣାରେ ଥାନାକୁ ଗୁହାରି କରିବାକୁ ଆସିଥିବା ଯୁବକ ଜେଲ ଗଲା ଅଥଚ ପ୍ରଫେସର ଯୁବତୀ ଜଣକ ରିଙ୍ଗ ମାଷ୍ଟର ହୋଇ ଦାଦା ବଟି ମାଗିଲା, ଧମକ ଦେଲା ପୋଲିସ ଛାଡିଦେଲା। ତେଣୁ ତୁ ଗୁହାରୀ…., ବୋଲି ସେମାନେ କହିଛନ୍ତି। ସେହିପରି ଚାକିରି କରିଥିବା ଜଣେ ଯୁବତୀଙ୍କୁ ଭଲପାଇ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବକ କ୍ରୋଧରେ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଯୁବତୀଙ୍କ ଅଭିଯୋଗକ୍ରମେ ଖଣ୍ଡଗିରି ପୋଲିସ ଦଫା ୩୦୭ ଲଗାଇଛି। କିନ୍ତୁ ଲକ୍ଷ୍ମୀସାଗର ଥାନା କଟକ ରୋଡ଼ରେ ପଞ୍ଜାବୀ ଯୁବକ ପରବିନ୍ଦର ପାଲ ସିଂଙ୍କୁ ପୋଲିସ ସମ୍ମୁଖରେ ୭ଜଣ ଯୁବକ ପଥରରେ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏକ ରାଜନୈତିକ ଦଳର ହୋଇଥିବାରୁ ପୋଲିସ ୩୦୭ ଲଗାଇଲା ନାହିଁ। ଏହାକୁ ନେଇ ଏବେ ଚାରିଆଡେ ଲୋକେ କହୁଛନ୍ତି ତୁ ଗୁହାରୀ କରିବୁ ଯାହାକୁ ମୁଁ……….।
ମିଳିଥିବା ସୂଚନାନୁସାରେ, ଆଶୁତୋଷ ଦାଶ ନାମକ ଜଣେ ଯୁବକଙ୍କ ନାଁରେ କମିଶନରେଟ ପୋଲିସ ଏହି ଦଫା ଲଗାଇଛି। କିନ୍ତୁ ସେ ଅଭିଯୋଗ କରିଛନ୍ତି ୨୦୧୫ରୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ଗରିବ ହୋଇଥିବାରୁ ତାଙ୍କୁ ପାଖରେ ରଖି ପାଠପଢ଼ାଇଥିଲେ। ଶେଷରେ ସେମାନେ ଗୋଟିଏ ରୁମ୍‌ରେ ରହୁଥିଲେ। ସେମାନଙ୍କ ବିବାହକୁ ନେଇ ଉଭୟ ପରିବାର ଜାଣିଥିଲେ। କିନ୍ତୁ ଯୁବତୀ ଜଣକ ପୋଲିସ ଚାକିରି ପାଇବା ପରେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଯୁବତୀଜଣକ ବିଜୁପଟ୍ଟନାୟକ କଲେଜରେ ଟ୍ରେନିଂ ନେଉଥିବାବେଳେ ସେ ସେଠାରେ ପହଞ୍ଚି ପୂର୍ବରୁ ତାଙ୍କଠାରୁ ନେଇଥିବା ଗହଣା ଫେରାଇବାକୁ କହିଥିଲେ। କଥାବାର୍ତ୍ତାବେଳେ ଆଶୁତୋଷ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ଖଣ୍ଡଗିରି ଥାନା ପୋଲିସ କେସ୍‌ ନଂ.୫୦୫/୧୯ ଦଫା ୩୫୪, ୩୫୪(ଡି), ୩୪୧, ୩୨୩, ୩୦୭, ୨୯୪, ୫୦୬, ୩୪ ଏବଂ ଆଇଟି ଆକ୍ଟ ୬୭ ଲଗାଇ କୋର୍ଟ ଚାଲାଣ କରିଥିଲେ। ଜେଲରୁ ବାହାରି ଆଶୁତୋଷ ଡିସିପିଙ୍କୁ ଭେଟି ଗହଣା ଫେରି ପାଇବାକୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି।

Khansweb Solution Bhubaneswar

Leave A Reply

Your email address will not be published.